Sharing Is Caring:

ପଞ୍ଚତନ୍ତ୍ର କାହାଣୀ Part-8

ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା

ପଣ୍ଡିତ ବିଷ୍ଣୁଶର୍ମା ଓ ପଞ୍ଚତନ୍ତ୍ର

ପଞ୍ଚତନ୍ତ୍ର କାହାଣୀ Part-8

ବହୁ ପ୍ରାଚୀନ କାଳର କଥା । ଦାକ୍ଷିଣାତ୍ୟ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟଟି ଜନବସତି ଠାରୁ ଅଧିକ ଭାବରେ ଅରଣ୍ୟରେ ପୂର୍ଣ୍ଣଥିଲା । ସେହି ଅରଣ୍ୟ ନିକଟସ୍ଥ ମହିଳାରୋପ୍ୟ ନାମକ ନଗରର ଉପକଣ୍ଠରେ ଥିଲା ଏକ ବିଶାଳ ବଟବୃକ୍ଷ ।

ବୃକ୍ଷଟିରେ ଡାଳପତ୍ର ପ୍ରବଳଥିବାରୁ ନିମ୍ନସ୍ଥ ସ୍ଥାନଟି ଖୁବ୍ ଛାୟା ଦ୍ୱାରା ଅଚ୍ଛାଦିତ ହୋଇ ରହିଥିଲା ଓ ବଡୁ ବାଟୋଇମାନଙ୍କର ଗ୍ରୀଷ୍ମକାଳରେ କଷ୍ଟ ଲାଘବ ନିମନ୍ତେ ଆଶ୍ରୟ ମଧ୍ୟ ହେଉଥିଲା ।

ସେହି ପତ୍ରଦ୍ୱାରା ଆଚ୍ଛାଦିତ ବଟବୃକ୍ଷଟି ଅଂଧାରୁଆ ତଥା ନିରାପଦ ହୋଇଥିବାରୁ ମେଘବର୍ଣ୍ଣ ନାମକ ବାୟସରାଜ ବିପଦ ମୁକ୍ତ ମନେକରି ସପରିବାର ସହ ସେହି ବୃକ୍ଷରେ ବାସ କରିବାକୁ ଲାଗିଲେ ।

ପୁଣି ଅନତୀ ଦୂରରେ ଘଞ୍ଚ ଅରଣ୍ୟ ଅବସ୍ଥିତ ଥିଲା । ସେହି ଅରଣ୍ୟ ସମାନ୍ତରେ ଥିବା ଏକ ଅଂଧାରୁଆ ତଥା ପତ୍ରପୂର୍ଣ୍ଣ ଗହଳି ଅଂଧାରିଆ ଗୁହାକୁ ନିଜର ବାସସ୍ଥାନ ଭାବରେ ନିର୍ବାଚନକରି ଅରିମର୍ଦ୍ଧନ ନାମକ ଭଲ୍ଲୁକ ରାଜା ମଧ୍ୟ ବହୁଦିନ ଧରି ବାସ କରିଆସୁଥାଏ ।

ପ୍ରତିଦିନ ସୂର୍ଯ୍ୟାସ୍ତ ହେବା ସଂଗେସଂଗେ ସଂଧ୍ୟା ଆସିଗଲେ ଭଲ୍ଲୁକରାଜ ଅରିମର୍ଦ୍ଧନ ନିଜର ସପରିବାର ସହିତ ପୂର୍ଣ୍ଣବର୍ଣ୍ଣିତ ବଟବୃକ୍ଷର ଚୁତଃପାଶ୍ୱର୍ରେ ବୁଲିବାକୁ ଆରମ୍ଭ କରିଦିଏ । ଆଉ ମଧ୍ୟ ରାତ୍ର ଗୋଟାକ କାକ ଏହିପରି ନାନାବୃକ୍ଷ ଦେଇ ଉଡ଼ିବୁଲେ ଓ ତତ୍ସେଙ୍ଗ ସଙ୍ଗେ ସେହି ବୃକ୍ଷ ନିକଟକୁ ବାରମ୍ବାର ଆସିଥାଏ ।

ପୃଥିବୀରେ ଯେତେ କାହାଣୀ ପଢ଼ିବାର କାହାଣୀ ଗ୍ରନ୍ଥ ଗ୍ରନ୍ଥାଗାରମାନଙ୍କରେ ରହିଅଛି ତନ୍ମଧ୍ୟରୁ ଏହି ଗ୍ରନ୍ଥଟି ସର୍ବଶ୍ରେଷ୍ଠ କାହାଣୀ ପୁସ୍ତକ ଭାବରେ ପରିଚିତ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଥିଲେ ମଧ୍ୟ ଏହାର ନାମ ମଧ୍ୟ ଗୋଟିଏ – ତାହା ହେଉଛି ପଞ୍ଚତନ୍ତ୍ର । ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ ଲିଖିତ ହୋଇଥିଲେ ତାହା ସାଧାରଣତଃ ପିଲାଙ୍କର ମନକୁ ମୋହିବା ପରି କେବଳ ହିଁ ପୃଥିବୀରେ ଖେଳା ବୁଲା କରୁଥିବା ପଶୁପକ୍ଷୀମାନଙ୍କ ଆଧାରିତ ଖୁବ୍ ମଜ୍ଜାଦାର କାହାଣୀ । କାହାଣୀଗୁଡ଼ିକ କେତେ ସାର୍ବଜନୀନ ହୋଇପାରେ । ସ୍ୱଭାବ ସୁନ୍ଦର ହୋଇପାରେ । ସେପରି ସଜାଇ ଲେଖିବାର ବହୁ ପ୍ରୟାସ ମଧ୍ୟରେ ପଣ୍ଡିତ ବିଷ୍ଣୁଶର୍ମା ସମାପ୍ତ କରିଛନ୍ତି ଗଳ୍ପଗୁଡ଼ିକ । ତେବେ ଆସନ୍ତୁ ସେହି ପଣ୍ଡିତ ବିଷ୍ଣୁଶର୍ମାଙ୍କ ଲିଖିତ ସମସ୍ତ “ ପଞ୍ଚତନ୍ତ୍ର ” କାହାଣୀ ଗୋଟି଼କୁ ପଢି଼ବା ଏବଂ ଅନ୍ୟତ୍ର ପ୍ରେରିତ କରି ଅନ୍ୟମାନଙ୍କୁ ପଢି଼ବାର ସୁଯୋଗ ଦେବା ! ପଞ୍ଚତନ୍ତ୍ର କାହାଣୀ…..

କାରଣ କାକମାନଙ୍କ ସହିତ ବହୁ ପୂର୍ବରୁ ଶତ୍ରୁତା ରହି ଆସିଥିବାରୁ ସେ ସଦାସର୍ବଦା କାକମାନଙ୍କର ଅନ୍ୱେଷଣରେ ଥାଏ ଏବଂ କେହି କାକ ତା’ ହାବୁଡ଼େ ପଡ଼ିଗଲେ ସେ ତତ୍କ୍ଷଣାତ୍ ତାହାକୁ ଆକ୍ରମଣ ପୂର୍ବକ ମାଡ଼ି ବସି ମାରିଦେଇଥାଏ ।

ଏହିପରି ଭାବରେ ଅରିମର୍ଦ୍ଧନ ଭଲ୍ଲୁକ ରାଜ ଗୋଟିକପରେ ଗୋଟିଏ କାକକୁ ନିଜର କୌଶଳ କ୍ରମେ ମାରି ଦେଉଥିବାରୁ କ୍ରମଶଃ କାକକୂଳର ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲା ।

ଏଥର ବାୟସରାଜ ମେଘ ବର୍ଣ୍ଣର ମୁଣ୍ଡରେ ଭୟଙ୍କର ଚିନ୍ତା ପ୍ରବେଶ କଲା, ତା’ର ବଂଶପ୍ରତି ସଦାସର୍ବଦା ବିପଦ ସୃଷ୍ଟିକରି ଅରିମର୍ଦ୍ଧନ ଭଲ୍ଲୁକ ତା’ର ବଂଶନିପାତ କରିବାର ପ୍ରୟାସ କରୁଅଛି, ଏଥିଲାଗି ତାକୁ କିପରି ବିନାଶ କରିହେବ ସେହି ଚିନ୍ତାରେ ବାୟସ ରାଜ ମେଘବର୍ଣ୍ଣ ବ୍ୟସ୍ତ ରହିଲା ।

ଏହାଛଡ଼ା ମେଘବର୍ଣ୍ଣ ବୁଝିଥିଲା ଯେ ଶତ୍ରୁ ଭୀଷଣ ଶକ୍ତିକାୟ । ଆଉ ମଧ୍ୟ ସେ ଥିଲା ଭୀଷଣ କାଳଜ୍ଞ । ତା’ ବଂଶର କାକମାନେ ରାତ୍ରକାଳରେ କୌଣସି ବସ୍ତୁକୁ ଦେଖି ନପାରୁଥିବା କାରଣରୁ ଏହି ରାତ୍ର କାଳରେ ସେମାନଙ୍କୁ ବିନାଶ କରିବାର ସୁଯୋଗ ଖୋଜିଥାଏ ଓ ସେହି ସୁଯୋଗ ପାଇବା ମତ୍ରେ ସେ ଗୋଟିକ ପରେ ଗୋଟିଏ କାକକୁଳକୁ ମାରିପକାଏ ।

କାକମାନେ ଦିନବେଳା ଶକ୍ତିପୂର୍ଣ୍ଣ ହେଲେ ମଧ୍ୟ ଶତ୍ରୁ ଅରି ମର୍ଦ୍ଧନକୁ କୌଣସି ପ୍ରକାର ହତ୍ୟାକରି ପାରୁନଥାନ୍ତି । କାରଣ ଦିନ ହେବାମାତ୍ରେ ସେ କୌଣସିନା କୌଣସି ବିପଦଥିବା ଅଂଧାରୁଆ କୋରଡ଼ ମଧ୍ୟରେ ଲୁଚିକରି ବିଶ୍ରାମ ନେଇଥାଏ ।
ଏହାପରେ ବାୟସରାଜ ମେଘବର୍ଣ୍ଣର କେଉଁ ଉପାୟକୁ ଗ୍ରହଣ କରିବାକୁ ହେବ ଆଉ ଯେଉଁ ଉପାୟରେ ଅରିମର୍ଦ୍ଧନକୁ ହତ୍ୟାକରି ହେବ ତାହା ସ୍ଥିର କରିବା ନିମନ୍ତେ ଏକ ଆଲୋଚନା ଚକ୍ରର ଆୟୋଜନ କଲା । ସେହି ଆଲୋଚନା ଚକ୍ରକୁ ନିଜର ପଞ୍ଚମନ୍ତ୍ରୀ ଯଥା – ଉଜ୍ଜୀବି, ସଂଜିବୀ, ଅନୁଜୀବି, ପ୍ରଳିଚୀ ଏବଂ ଚିରଂଜୀବିଙ୍କୁ ଡକାଇ ଆଣିଲା, ଅନେକ ସମୟ ଧରି ଅରିମର୍ଦ୍ଧନର ବିନାଶ ନିମନ୍ତେ ଆଲୋଚନା କରାଗଲା । ଶେଷରେ ବାୟସରାଜ, ଚିରଂଜୀବିଠାରୁ ପରାମର୍ଶ ଲୋଡ଼ି କହିଲା ଯେ ଏବେତ ଶତ୍ରୁ ଅରି ମର୍ଦ୍ଧନ ବିଷୟରେ ଅନେକ ଆଲୋଚନା ହୋଇଗଲା ଆମେ କୌଣସି ଏକ ସମାଧାନରେ ପହଞ୍ଚିପାରିଲେ ନାହିଁ । ଏହାପରେ ଆମେ କ’ଣ କୌଣସି ଉପାୟ ବାହାର କରିପାରିବା ନାହିଁ ଯେ ଅରିମର୍ଦ୍ଧନର ବିନାଶ କେଉଁ ଉପାୟ ଦ୍ୱାରା କରାଯାଇପାରିବ ।

ସେତିକିବେଳେ ଉଜ୍ଜୀବି ନାମକ ବାୟସରାଜର ମନ୍ତ୍ରୀ ଏକ ପ୍ରସ୍ତାବ ଆଣିଲା ଯେ ଶତ୍ରୁ ଯେହେତୁ ପ୍ରବଳ ବଳଶାଳୀ ତାକୁ ବଳଦ୍ୱାରା କେବେ ବିନାଶ କରାଯାଇ ପାରିବ ନାହିଁ । ସେଥିପାଇଁ ଏ କ୍ଷେତ୍ର ସଂଧିକରିବା ମୋ ମତରେ ଶ୍ରେୟସ୍କର, କିନ୍ତୁ ଏହି ପ୍ରସ୍ତାବକୁ ଶୁଣି ସାରିବାପରେ ବାୟସ ରାଜର ଅନ୍ୟମନ୍ତ୍ରୀ ଅନ୍ୟ ଏକ ପ୍ରସ୍ତାବ ଦେଲେ ଯେ ସେ ବଳଶାଳୀ ଶତ୍ରୁ ହେଉ ପଛେ ଆମ ତରଫରୁ ତା’ର ବିପକ୍ଷରେ ଯୁଦ୍ଧର ଆୟୋଜନ କରିବା ଦରକାର ।

ଦୁହିଁଙ୍କର ମତାମତ ଶୁଣିବାପରେ ଅନୁଜୀବି ମଧ୍ୟ ଅନ୍ୟ ଏକ ପ୍ରସ୍ତାବ ଦେବାକୁ ଯାଇ କହିଲା ଏକ୍ଷେତ୍ରେ ଯୁଦ୍ଧ କିମ୍ବା ସଂଧିକରିବାର ଆବଶ୍ୟକ ନାହିଁ ବୋଲି ମୋର ମତ, ବରଂ ଏପରି ବଳଶାଳୀ ଶତ୍ରୁ ନିକଟକୁ ଅପସରି ଯିବା ଆମ୍ଭମାନଙ୍କ ନିମନ୍ତେ ଶ୍ରେଷ୍ଠ ପନ୍ଥା ହୋଇପାରିବ ।

ଏହାପରେ ପ୍ରଜୀବି ନାମକ ଆଉ ଏକ ଦୃଷ୍ଟାନ୍ତ ଉପସ୍ଥାପନ କରି କହିଲା – ଏ ପ୍ରକାର ମତାମତ ଆମପାଇଁ ଶୋଭନୀୟ ହୋଇନପାରେ, କାରଣ ଶକ୍ତିହୀନ ମର୍କତ ପ୍ରବଳ ବଳଶାଳୀ ହସ୍ତୀକୁ ପଙ୍କ ମଧ୍ୟକୁ ଟାଣିନେଇ ପାରିଥିଲା । ତେଣୁ ମୋ ମତରେ ନିଜର ବାସସ୍ଥାନରେ ରହି ସେହି ବଳଶାଳୀ ଶତ୍ରୁକୁ କିପରି ଭାବରେ ଦମନ କରି ହେବ ଆମକୁ ସେପରି ଏକ ପନ୍ଥା ନିର୍ଦ୍ଧାରଣ କରିବାକୁ ହେବ ।

ଏହା ଶୁଣିବାପରେ ଚିରଂଜୀବି କହିଲା ଯେ ଏଥିଲାଗି ଆମକୁ ଅନ୍ୟମାନଙ୍କର ସହାୟତା ନେବା ନିତ୍ୟାନ୍ତ ଦରକାର ।

ସମସ୍ତ ମନ୍ତ୍ରୀମାନଙ୍କର ମତାମତକୁ ଧ୍ୟାନ ପୂର୍ବକ ବାୟସରାଜ ଅରିମର୍ଦ୍ଧନ ଶୁଣି ସାରିଲା ସତ, ହେଲେ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିଲା ନାହିଁ । ସେହି ସମୟରେ ସେ ସଭାରେ ସ୍ଥିରଜୀବି ନାମକ କାକ ଆରମ୍ଭରୁ ଶେଷଯାଏ ନୀରବରେ ବସିରହିଥିଲା । ସେ କିନ୍ତୁ ନୀତି ଶାସ୍ତ୍ରରେ ପାରଙ୍ଗମ ଥିଲା, କିନ୍ତୁ କାହାକୁ କିଛି ନକହି ସେ ଚୁପଚାପ୍ ହୋଇ ବସିଥିଲା କିନ୍ତୁ ଏଥର ନିଜର କିଛି ମତାମତ ପ୍ରକାଶ କରିବା ନିମନ୍ତେ ସଭାରେ ଅନୁପ୍ରାର୍ଥନା କରି ସାରି କହିଲା ଏପରି ଏକ ଶକ୍ତିଶାଳୀ ଶତ୍ରୁର ବିନାଶ କରିବାକୁ ହେଲେ ଆମକୁ ଅନେକଗୁଡ଼ିଏ ଛଳନାର ଆଶ୍ରୟ ନେବାକୁ ହେବ । ଏହା ବ୍ୟତୀତ ମୋତେ ଅନ୍ୟ କୌଣସି ପନ୍ଥା ଦେଖାଯାଉ ନାହିଁ ।

ଏହାପରେ ସ୍ଥିରଜୀବିର ପରାମର୍ଶ ସମସ୍ତଙ୍କ ମନକୁ ପାଇଲା ନାହିଁ । ଏଥିଯୋଗୁଁ ସ୍ଥିରଜୀବିକୁ କ୍ଷତ ବିକ୍ଷତ କରି ବାୟସରାଜ ମେଘବର୍ଣ୍ଣ ସପରିବାର ପଳାୟନକଲେ ଏବଂ ସେମାନେ ଋଷ୍ୟମୁକ ପର୍ବତରେ ଆଶ୍ରୟ ନେଲେ । ନାନାପ୍ରକାର ଆଘାତ ପାଇ ରକ୍ତାକ୍ତ ଅବସ୍ଥାରେ ସ୍ଥିରଜୀବି ସେହିଠାରେ ପଡ଼ି ରହିଲା । ଯେତେବେଳେ ସଂଧ୍ୟା ଆସି ଉପନୀତ ହେଲା, ସବୁଦିନପରି ସଦଳବଳେ ଭଲ୍ଲୁକ ରାଜ ଅରିମର୍ଦ୍ଧନ ଆସି ସେହି ସ୍ଥାନରେ ପହଞ୍ଚିଲା । ସେ ପ୍ରଥମ କାକଶୂନ୍ୟ ବଟବୃକ୍ଷକୁ ଦେଖିଲା । ଏଥିରେ ସେ ବିସ୍ମିତ ହେଲା । ତା’ପରେ ତା’ ମନରେ ଅଧିକ ବିସ୍ମୟତା ବଢ଼ିଗଲା ଯେ, ସେ ଦେଖିଲା ସେହି ବଟବୃକ୍ଷ ମୂଳେ ରକ୍ତାକ୍ତ ଅବସ୍ଥାରେ ସ୍ଥିରଜୀବି ପଡ଼ିରହିଅଛି । ତା’ ମନରେ କୌତୂହଳ ଜାତ ହେଲା, କାରଣ ସ୍ଥିରଜୀବି ସେମାନଙ୍କ ମଧ୍ୟରେ ପ୍ରଖର ବୁଦ୍ଧିମନ୍ତ ଆଉ ସମସ୍ତ ଜ୍ଞାନରେ ପାରଦର୍ଶିତା ରହିଥିଲା ।

ତେଣୁ ଭଲ୍ଲୁକ ରାଜ ଅରିମର୍ଦ୍ଧନ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥିରଜୀବିକୁ ଯାଇ ପଚାରିଲା – ଏପରି ଅବସ୍ଥା ତୁମର କାହିଁକି ହେଉଛି । ଛନ୍ଦ କପଟର ଆଶ୍ରୟ ନେବାପରେ ଶତ୍ରୁର ସମ୍ମୁଖ ହେବା ଉଚିତ୍ ମଣୁଥିବା ସ୍ଥିରଜୀବି ଜଣାଇଲା ଯେ ସେ ମେଘବର୍ଣ୍ଣର ମନ୍ତ୍ରୀ ସ୍ତରୀୟ ଭଲ୍ଲୁକ ରାଜ ଅରିମର୍ଦ୍ଧନ ବଶ୍ୟତା ସ୍ୱୀକାର କରିବାକୁ ପରାମର୍ଶ ଦେବାକୁ ଆଜି ତା’ର ଅବସ୍ଥା ଏହି ପ୍ରକାର ହୋଇଛି ।

ସେତେବେଳେ ଭଲ୍ଲୁକ ରାଜ ଅରିମର୍ଦ୍ଧନର ମଧ୍ୟ ପାଞ୍ଚଜଣ ମନ୍ତ୍ରଣାଦାତା ମନ୍ତ୍ରୀ ଥିଲେ । ସେମାନେ ହେଲେ ରକ୍ତାକ୍ଷ, କୁରାକ୍ଷ, ଦୀପ୍ତାକ୍ଷ, ବଜ୍ରବାସ ଏବଂ ପ୍ରାକାର ବର୍ଣ୍ଣ । ସେମାନଙ୍କ ମଧ୍ୟରେ ଏ ସମସ୍ତ କଥା ଦେଖି ରକ୍ତାକ୍ଷ କହିଲାଯେ ପ୍ରଥମ ସ୍ଥିରଜୀବିର ପ୍ରାଣ ନେବା ଆମ୍ଭମାନଙ୍କ ପକ୍ଷେ ଉଚିତ୍ ହେବ । ତାହା ଶୁଣିବା ମାତ୍ରେ ମନ୍ତ୍ର କୁରାକ୍ଷ କହିଲା ଯେ, ସ୍ଥିରଜୀବିର ଅବସ୍ଥା ତ ଆମ ସପକ୍ଷବାଦୀ ହିସାବରେ ଏହା ହୋଇଅଛି । ତେଣୁ ଶତ୍ରୁପକ୍ଷ ହେଲେବି ଦୟାପୂର୍ବକ ତାକୁ କ୍ଷମାଦିଆଯାଉ । ଏକଥା ପରେ ସମପକ୍ଷଭୁକ୍ତ ହୋଇ ମନ୍ତ୍ରୀ ଦୀପ୍ତାକ୍ଷ ମନ୍ତ୍ରୀ ବଜ୍ରବାସ ଏବଂ ପ୍ରାକାର ବର୍ଣ୍ଣ କହିଲେ ଯେ ବୁରାକ୍ଷର ମତାମତ ଗ୍ରହଣ କରାଯାଉ । ସେଠାରେ ବହୁମତ ମିଳିବାରୁ ମୂର୍ଖ ଅରିମର୍ଦ୍ଧନ ଶତ୍ରୁକୁ ସସମ୍ମାନେ ପାଛୋଟି ନେଇ ନିଜ ବସାକୁ ଘେନିଗଲା । ଚତୁର ବାୟସମନ୍ତ୍ରୀ ସ୍ଥିରିଜୀବି ଏକ ବାହାନା କରି ଭଲ୍ଲୁକ ରାଜର ଆଶ୍ରୟ ସ୍ଥାନ ଗୁହାମଧ୍ୟକୁ ନଯାଇ ଗୁହାର ଦ୍ୱାର ଦେଶରେ ଆଶ୍ରୟ ନେଲା ।

ଭଲ୍ଲୁକ ରାଜର ଦିବ୍ୟ ପରାମର୍ଶ ଦ୍ୱାରା ବାୟସ ସ୍ଥିରଜୀବି ନିମନ୍ତେ ପ୍ରତିଦିନ ନାନା ପ୍ରକାର ମାଂସ ସହିତ ନାନା ପ୍ରକାର ଖାଦ୍ୟ ମଧ୍ୟ ପରିବେଷଣ କରାଗଲା । ଦିନ କେଇଟା ଯାଇ ନାହିଁ ମୃତାବସ୍ଥାକୁ ଫେରିଯାଇ ସ୍ଥିରଜୀବି ଖୁବ୍ ବଳଶାଳୀ ହୋଇଉଠିଲା । ରକ୍ତାକ୍ଷ ବିପଦ ହୁଏତ ତା’ପାଇଁ ଆସିବାର ସଙ୍କାପ୍ରକାଶ କରି ନିର ସପକ୍ଷମାନଙ୍କୁ ଧରି ଖୁବ୍ ଦୂରକୁ ପଳାୟନ କଲା, ସେମାନଙ୍କ ମଧ୍ୟରେ ରକ୍ତାକ୍ଷ ଥିଲା ସ୍ଥିରଜୀବିର ଶତ୍ରୁ । କାରଣ ପ୍ରଥମରୁ ହିଁ ସେ ମତାମତ ଦେଇଥିଲେ, ତାହାକୁ ଆଗ ମାରିଦିଆଯାଉ । ଏବେ ରକ୍ତାକ୍ଷ ଏଠାରେ କୌଣସି ସହାୟତା ନପାଇ ପଳାଇ ଯିବାପରେ ସ୍ଥିରଜୀବି ସ୍ଥିର ଭାବରେ ବାସ କରୁଥାଏ ଓ ଗୁହା ମଧ୍ୟରେ ନାନା ପ୍ରକାର କାଠିକୁଟା ପକାଉଥାଏ ।

ଗୁହାଟି କାଠିକୁଟାରେ ପରିପୂର୍ଣ୍ଣ ହୋଇଯିବାପରେ ବାୟସରାଜ ମେଘବର୍ଣ୍ଣ ନିକଟକୁ ସମ୍ବାଦ ପଠାଇଲା ଯେ ଯଥାଶିଘ୍ର ଏଠାରେ ଆସି ପହଞ୍ଚିବାକୁ । ଆଉ ମଧ୍ୟ ସ୍ଥିରଜୀବି ଜନପଦକୁ ଯାଇ ଅଗ୍ନି ଆଣି ରଖିଲା ଓ ଦିବସ କାଳରେ କାକ ବାହିନୀ ସେମାନଙ୍କର ଶତ୍ରୁ ଭଲ୍ଲୁକ ରାଜର ଗୁହା ଉପରେ ଆକ୍ରମଣ କଲେ । ଭଲ୍ଲୁକମାନେ ଆଉ ଗୁହା ମଧ୍ୟରୁ ପଳାଇଯିବାକୁ ରାସ୍ତା ପାଇଲେ ନାହିଁ । କାରଣ ସେତେବେଳକୁ ଗୁହାର ଏକମାତ୍ର ଦ୍ୱାର ବନ୍ଦ ହୋଇ ସାରିଥିଲା । କେଉଁଆଡ଼େ ପଳାଇ ଯିବାର ବାଟ ନପାଇ ସମସ୍ତେ ସେହି ଗୁହାମଧ୍ୟରେ ପୋଡ଼ିହୋଇ ମରିଗଲେ । କାରଣ ଶତ୍ରୁକୁ ବିଶ୍ୱାସ କରିବାଦ୍ୱାରା ରକ୍ତାକ୍ଷ ଓ ତା’ର ସପକ୍ଷବାଦୀଙ୍କୁ ଛାଡ଼ିଦେଲେ ସ୍ଥିରିଜୀବିଦ୍ୱାରା ସମସ୍ତ ଭଲ୍ଲୁକବଂଶ ଧ୍ୱଂସ ପାଇଗଲେ । କିନ୍ତୁ ଶତ୍ରୁକୁ ବିଶ୍ୱାସ କରି ନପାରି ଭଲ୍ଳୁକ ରକ୍ତାକ୍ଷ ସଦଳବଳେ ବଞ୍ଚି ରହିଗଲେ ।

ପଞ୍ଚତନ୍ତ୍ର କାହାଣୀ Part-4

କ୍ରମଶଃ…………………………………..

ପଞ୍ଚତନ୍ତ୍ର କାହାଣୀ Part-8

Er. Satyajit Rout, a seasoned web developer, global Enagic influencer, and health coach. With a passion for health and wellness, Satyajit combines his technical expertise with his deep knowledge of holistic living to bring you engaging and informative content. As a global influencer, he has inspired countless individuals to embrace a healthier and more fulfilling lifestyle. Through GlowWell Journal, Satyajit aims to continue his mission of spreading awareness and helping others achieve their wellness goals.

Sharing Is Caring:

Leave a Comment