Sharing Is Caring:

ପଞ୍ଚତନ୍ତ୍ର କାହାଣୀ Part-5

ଶିକାରୀ ଏବଂ ପକ୍ଷୀ

ପଣ୍ଡିତ ବିଷ୍ଣୁଶର୍ମା ଓ ପଞ୍ଚତନ୍ତ୍ର

ପଞ୍ଚତନ୍ତ୍ର କାହାଣୀ Part-5

ଗୋଟିଏ ପର୍ବତର ଅଗ୍ରଭାଗରେ ଏକ ବିରାଟ ବଡ ବୃକ୍ଷ ଥିଲା । ସେହି ବୃକ୍ଷରେ ଗୋଟିଏ ପକ୍ଷୀ ବସା ବାନ୍ଧି ରହିଥାଏ । ସେହି ପକ୍ଷୀର ନାମ ହେଉଛି ‘ସିନ୍ଧୁକ’ । ସେ ଯେତେବେଳେ ମଳତ୍ୟାଗ କରେ, ତା’ର ସେହି ମଳ ଭୂମିରେ ପଡିବା ମାତ୍ରକେ ସୁନା ପାଲଟି ଯାଏ । ଦିନେ ଗୋଟିଏ ଶିକାରୀ ସେହି ପକ୍ଷୀଟିକୁ ଧରିବାପାଇଁ ସେହି ସ୍ଥାନକୁ ଆସିଲା । ଶିକାରୀଟି ଯେତେବେଳେ ସେହି ସ୍ଥାନରେ ପହଁଚିଲା, ପକ୍ଷୀଟି ସଂଗେ ସଂଗେ ମଳତ୍ୟାଗ କରିଦେଲା ଓ ତା’ର ସେହି ମଳ ସୁନାରେ ପରିଣତ ହୋଇଗଲା । ଏହା ଦେଖି ଶିକାରୀର ମନରେ ଲୋଭ ହେଲା । ସେ ପକ୍ଷୀଟିକୁ ଧରିବାପାଇଁ ପ୍ରଥମେ ସେଠାରେ ଖୁଦକଣା ପକାଇ ତା’ ଉପରେ ଜାଲ ବସାଇଲା । ଖୁଦ ଲୋଭରେ ପକ୍ଷୀଟି ଆସିବା ମାତ୍ରକେ ଜାଲରେ ପଡିଲା । ଶିକାରୀ ପକ୍ଷୀଟିକୁ ନେଇ ଏକ ପଞ୍ଜୁରୀ ମଧ୍ୟରେ ରଖିଲା ।

ଏହା ପରେ ଶିକାରୀଟି ଚିନ୍ତାକଲା, “ଅନ୍ୟ କେହି ରାଜାଙ୍କୁ ଏ କଥା ଜଣାଇବା ପୂର୍ବରୁ ମୁଁ ଏହି ଅଦ୍ଭୂତ ପକ୍ଷୀଟିକୁ ନେଇ ରାଜାଙ୍କୁ ଉପହାର ଦେବି । ମନେ ମନେ ଏହା ସ୍ଥିର କରି ଶିକାରୀ ପକ୍ଷୀଟିକୁ ନେଇ ରାଜାଙ୍କ ନିକଟରେ ପହଁଚିଲା, ଏବଂ ସମସ୍ତ ଘଟଣା ବର୍ଣ୍ଣନା କଲା । ଶିକାରୀଟିର କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କର ପାରିଷଦବର୍ଗଙ୍କୁ କହିଲେ, ଏହି ପକ୍ଷୀଟିକୁ ଭଲଭାବରେ ପରୀକ୍ଷା କର । ତା’ପରେ ଆମେ ଏହାକୁ ମହଲରେ ରଖିବା । ରାଜାଙ୍କର ଏତାଦୃଶ କଥା ଶୁଣି ଜଣେ ମନ୍ତ୍ରୀ କହିଲେ, “ମହାରାଜ! ଆପଣ କିପରି ଏହି ଶିକାରୀଟିର କଥାକୁ ବିଶ୍ୱାସ କରୁଛନ୍ତି”?

ଗୋଟିଏ ପକ୍ଷୀର ମଳ ସୁନାରେ ପରିଣତ ହେବା କଥା କେବେ ଦେଖିଛନ୍ତି? ଆମ୍ଭେମାନେ ଆପଣଙ୍କୁ ଏକ ଉପଦେଶ ଦେଉଛୁ । ଏହି ପକ୍ଷୀଟିକୁ ଆପଣ ପିଞ୍ଜରାରୁ ମୁକ୍ତ କରିଦିଅନ୍ତୁ । ମନ୍ତ୍ରୀମାନଙ୍କର ଉପଦେଶ ଶୁଣିବାପରେ ରାଜା ସଂଗେ ସଂଗେ ପକ୍ଷୀଟିକୁ ମୁକ୍ତ କରିଦେଲେ । ପିଞ୍ଜରାରୁ ମୁକ୍ତ ହୋଇ ପକ୍ଷୀଟି ରାଜ ଦରବାରର ଫାଟକ ଉପରେ ଯାଇ ବସିପଡିଲା । ସଂଗେ ସଂଗେ ସେଠାରେ ସେ ମଳତ୍ୟାଗ କରିଦେଲା । ତା’ର ମଳ ତତ୍କ୍ଷଣାତ୍ ସେଠାରେ ସୁନାରେ ପରିଣତ ହୋଇଗଲା ।

ପୃଥିବୀରେ ଯେତେ କାହାଣୀ ପଢ଼ିବାର କାହାଣୀ ଗ୍ରନ୍ଥ ଗ୍ରନ୍ଥାଗାରମାନଙ୍କରେ ରହିଅଛି ତନ୍ମଧ୍ୟରୁ ଏହି ଗ୍ରନ୍ଥଟି ସର୍ବଶ୍ରେଷ୍ଠ କାହାଣୀ ପୁସ୍ତକ ଭାବରେ ପରିଚିତ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଥିଲେ ମଧ୍ୟ ଏହାର ନାମ ମଧ୍ୟ ଗୋଟିଏ – ତାହା ହେଉଛି ପଞ୍ଚତନ୍ତ୍ର । ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ ଲିଖିତ ହୋଇଥିଲେ ତାହା ସାଧାରଣତଃ ପିଲାଙ୍କର ମନକୁ ମୋହିବା ପରି କେବଳ ହିଁ ପୃଥିବୀରେ ଖେଳା ବୁଲା କରୁଥିବା ପଶୁପକ୍ଷୀମାନଙ୍କ ଆଧାରିତ ଖୁବ୍ ମଜ୍ଜାଦାର କାହାଣୀ । କାହାଣୀଗୁଡ଼ିକ କେତେ ସାର୍ବଜନୀନ ହୋଇପାରେ । ସ୍ୱଭାବ ସୁନ୍ଦର ହୋଇପାରେ । ସେପରି ସଜାଇ ଲେଖିବାର ବହୁ ପ୍ରୟାସ ମଧ୍ୟରେ ପଣ୍ଡିତ ବିଷ୍ଣୁଶର୍ମା ସମାପ୍ତ କରିଛନ୍ତି ଗଳ୍ପଗୁଡ଼ିକ । ତେବେ ଆସନ୍ତୁ ସେହି ପଣ୍ଡିତ ବିଷ୍ଣୁଶର୍ମାଙ୍କ ଲିଖିତ ସମସ୍ତ “ ପଞ୍ଚତନ୍ତ୍ର ” କାହାଣୀ ଗୋଟି଼କୁ ପଢି଼ବା ଏବଂ ଅନ୍ୟତ୍ର ପ୍ରେରିତ କରି ଅନ୍ୟମାନଙ୍କୁ ପଢି଼ବାର ସୁଯୋଗ ଦେବା ! ପଞ୍ଚତନ୍ତ୍ର କାହାଣୀ…..

ରାଜା ଏହା ଦେଖିବା ମାତ୍ରକେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ସମୟରେ ପକ୍ଷୀଟି ରାଜାଙ୍କୁ କହିଲା, “ମୁଁ ହେଉଛି ପ୍ରଥମ ବୋକା ଏହାପରେ ଶିକାରୀଟି        । ଶିକାରୀ ପରେ ଆପଣଙ୍କ ମନ୍ତ୍ରୀମାନେ ବୋକା, ଶେଷରେ ଆପଣ ମଧ୍ୟ ବୋକା । ଆମେ ସମସ୍ତେ ଗୋଟିଏ ସ୍ଥାନରେ ଏକଜୁଟ୍ ହୋଇଛୁ ।” କାହାଣୀଟି କହିସାରି ‘ରକ୍ତାକ୍ଷ’ କହିଲେ, ଆମ୍ଭେମାନେ ଏହି ଶତ୍ରୁକୁ ଏଠାରେ ଆଶ୍ରୟ ଦେଇଥିବାରୁ ସମସ୍ତେ ବୋକା । ତେଣୁ ଆମ୍ଭେମାନେ ଏହାକୁ ମାରିବା ଉଚିତ୍ । ରକ୍ତାକ୍ଷଙ୍କର ଉପଦେଶ ପ୍ରତି ସେତେବେଳେ କେହି କର୍ଣ୍ଣପାତ କଲେ ନାହିଁ । ଭବିଷ୍ୟତରେ ବିପଦ ଆଶଙ୍କାକରି ‘ରକ୍ତାକ୍ଷ’ ତାଙ୍କର ଅନୁଚରବର୍ଗଙ୍କୁ କହିଲେ, “ଆମେ ସମସ୍ତେ ଚାଲଏହି ସ୍ଥାନ ତ୍ୟାଗ କରି ଅନ୍ୟ କେଉଁଠାକୁ ଚାଲିଯିବା । ଏହା କହିସାରି ରକ୍ତାକ୍ଷ ପୁଣି ଏକ କାହାଣୀ କହିବାକୁ ଆରମ୍ଭ କଲେ ।”

ପଞ୍ଚତନ୍ତ୍ର କାହାଣୀ Part-4

କ୍ରମଶଃ…………………………………..

ପଞ୍ଚତନ୍ତ୍ର କାହାଣୀ Part-5

Er. Satyajit Rout, a seasoned web developer, global Enagic influencer, and health coach. With a passion for health and wellness, Satyajit combines his technical expertise with his deep knowledge of holistic living to bring you engaging and informative content. As a global influencer, he has inspired countless individuals to embrace a healthier and more fulfilling lifestyle. Through GlowWell Journal, Satyajit aims to continue his mission of spreading awareness and helping others achieve their wellness goals.

Sharing Is Caring:

Leave a Comment