Sharing Is Caring:

ପଞ୍ଚତନ୍ତ୍ର କାହାଣୀ Part-2

ଏକ ବୃଦ୍ଧ ବଣିକର କାହାଣୀ

ପଣ୍ଡିତ ବିଷ୍ଣୁଶର୍ମା ଓ ପଞ୍ଚତନ୍ତ୍ର

ପଞ୍ଚତନ୍ତ୍ର କାହାଣୀ Part-2

ପ୍ରାଚୀନ କାଳର କଥା । ଗୋଟିଏ ନଗରୀରେ ‘କାମାତୁର’ ନାମକ ଏକ ବୃଦ୍ଧ ବଣିକ ବାସ କରୁଥିଲେ । ଦୁର୍ଭାଗ୍ୟକୁ ଅଳ୍ପଦିନ ମଧ୍ୟରେ ତାଙ୍କର ପତ୍ନୀ ବିୟୋଗ ଘଟିଲା । ଏହି ଦୁଃଖରେ କାମାତୁର ମ୍ରିୟମାଣ ହୋଇପଡିଲେ । ନିଜ ଜୀବନର ଉପାର୍ଜିତ ଅର୍ଥରୁ ଅଧାଅଧି ଏକ ଗରୀବ ବଣିକକୁ ଦାନ କରି ତାହାର ଯୁବତୀ କନ୍ୟାକୁ ପୁନର୍ବାର ବିବାହ କଲେ । କିନ୍ତୁ କନ୍ୟାଟି ବୁଢା କାମାତୁରକୁ ବିବାହ କରିଥିବାରୁ ତା’ର ମନରେ ସୁଖ ନଥାଏ । ପ୍ରତିଦିନ ସେ ବୁଢା ସାଥିରେ ଝଗଡା କରେ । ବୁଢାକୁ ଆଦୌ ଭଲପାଉନଥାଏ । ବୁଢାର ସେବା ଯତ୍ନ ମଧ୍ୟ କରେ ନାହିଁ । ପତ୍ନୀର ଏହି ବ୍ୟବହାର ବୁଢା ମନରେ ଦୁଃଖ ଦେଉଥାଏ । ବିଚରା ବୁଢାଟି କରିବ କ’ଣ?

ପୃଥିବୀରେ ଯେତେ କାହାଣୀ ପଢ଼ିବାର କାହାଣୀ ଗ୍ରନ୍ଥ ଗ୍ରନ୍ଥାଗାରମାନଙ୍କରେ ରହିଅଛି ତନ୍ମଧ୍ୟରୁ ଏହି ଗ୍ରନ୍ଥଟି ସର୍ବଶ୍ରେଷ୍ଠ କାହାଣୀ ପୁସ୍ତକ ଭାବରେ ପରିଚିତ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଥିଲେ ମଧ୍ୟ ଏହାର ନାମ ମଧ୍ୟ ଗୋଟିଏ – ତାହା ହେଉଛି ପଞ୍ଚତନ୍ତ୍ର । ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ ଲିଖିତ ହୋଇଥିଲେ ତାହା ସାଧାରଣତଃ ପିଲାଙ୍କର ମନକୁ ମୋହିବା ପରି କେବଳ ହିଁ ପୃଥିବୀରେ ଖେଳା ବୁଲା କରୁଥିବା ପଶୁପକ୍ଷୀମାନଙ୍କ ଆଧାରିତ ଖୁବ୍ ମଜ୍ଜାଦାର କାହାଣୀ । କାହାଣୀଗୁଡ଼ିକ କେତେ ସାର୍ବଜନୀନ ହୋଇପାରେ । ସ୍ୱଭାବ ସୁନ୍ଦର ହୋଇପାରେ । ସେପରି ସଜାଇ ଲେଖିବାର ବହୁ ପ୍ରୟାସ ମଧ୍ୟରେ ପଣ୍ଡିତ ବିଷ୍ଣୁଶର୍ମା ସମାପ୍ତ କରିଛନ୍ତି ଗଳ୍ପଗୁଡ଼ିକ । ତେବେ ଆସନ୍ତୁ ସେହି ପଣ୍ଡିତ ବିଷ୍ଣୁଶର୍ମାଙ୍କ ଲିଖିତ ସମସ୍ତ “ ପଞ୍ଚତନ୍ତ୍ର ” କାହାଣୀ ଗୋଟି଼କୁ ପଢି଼ବା ଏବଂ ଅନ୍ୟତ୍ର ପ୍ରେରିତ କରି ଅନ୍ୟମାନଙ୍କୁ ପଢି଼ବାର ସୁଯୋଗ ଦେବା !

ପଞ୍ଚତନ୍ତ୍ର କାହାଣୀ…..

ଦିନକର କଥା । ପତ୍ନୀ ରାତିରେ ବୁଢା ସହିତ ଝଗଡା କରି ମୁହଁ ଶୁଖାଇ ଶୋଇଥାଏ । ଗୋଟିଏ ଚୋର ଚୋରି କରିବା ପାଇଁ ସେହି ଘରେ ଧୀରେ ଧୀରେ ପ୍ରବେଶ କଲା । ଏହି ସମୟରେ ହଠାତ୍ ପତ୍ନୀର ନିଦ ଭାଙ୍ଗିଗଲା । ସେ ଦେଖିଲା ଅନ୍ଧାରରେ ଏକ ଚୋର ପାଦ ଚିପି ଚିପି ଘର ଭିତରକୁ ଆସୁଛି । ଏହାଦେଖି ପତ୍ନୀ ଭୟଭୀତ ହୋଇ କାମାତୁରଙ୍କୁ ଜାବୁଡି ଧରିଲା । ପତ୍ନୀର ଏହି ବ୍ୟବହାର କାମାତୁରର ମନରେ ଆନନ୍ଦ ଭରିଦେଲା । ସେ ପ୍ରଥମେ ଜାଣିପାରିଲେ ନାହିଁ ହଠାତ୍ ତାଙ୍କ ସ୍ତ୍ରୀ ଏପରି କାହିଁକି କଲେ? ସ୍ତ୍ରୀ ଭୟରେ ଥରି ଥରି କହିଲେ ଘରର କୋଣରେ ଏକ ଚୋରଟିଏ ଆସି ଲୁଚି ରହିଛି । କିଏ ସିନା ଚୋରକୁ ଦେଖିଲେ ଭୟଭୀତ ହୋଇଥାଏ, କିନ୍ତୁ କାମାତୁର ମନେ ମନେ ବେଶ୍ ଆନନ୍ଦିତ ହେଲା । କାରଣ ଏତେଦିନ ପରେ କାମାତୁର ତା’ଙ୍କ ପତ୍ନୀର ଆଲିଙ୍ଗନରେ ଆବଦ୍ଧ ହେଲେ । ସେହି ଖୁସିରେ କାମାତୁର ଚୋରକୁ କହିଲେ, ‘ଭାଇ’! ତୁମେ ଏ ଗୃହରେ ପଶି ନଥିଲେ ମୋ ପତ୍ନୀର ଆଲିଙ୍ଗନ ମୁଁ ପାଇ ପାରିନଥାନ୍ତି । ତେଣୁ ତୁମର ଯାହା ଇଚ୍ଛା ମୋ ଘରୁ ତୁମେ ତାହା ନେଇଯାଅ ।

କାମାତୁରଙ୍କ କଥା ଶୁଣି ଚୋରଟି କହିଲା, ‘ତୁମ ଘରେ ମୋର ନେବାପାଇଁ କୌଣସି ଜିନିଷ ନାହିଁ । ଆଜି ମୋ ଭାଗ୍ୟରେ କିଛି ନାହିଁ । ମୁ ଯାଉଛି ଅନ୍ୟ କେଉଁ ଘରକୁ ଯାଇ ଭାଗ୍ୟ ପରୀକ୍ଷା କରିବି । କାହାଣୀଟି କହିସାରି ‘ଦୀପ୍ତାକ୍ଷ’ କହିଲେ, ‘ମହାରାଜ’! ଆପଣ ଶୁଣିଲେ ତ, ଚୋରଟି କିପରି ବୃଦ୍ଧ ବଣିକଙ୍କ ଜୀବନରେ ସୁଖ ଆଣିଦେଇ ପାରିଲା । ତେଣୁ ଏହି କୁଆଟି କାହିଁକି ଆମକୁ ସାହାଯ୍ୟ କରିପାରିବ ନାହିଁ । ଅନ୍ୟ କୁଆମାନେ ଆମ ସହିତ ଶତ୍ରୁତା ଆଚରଣ କରୁଛନ୍ତି । ଏହି କୁଆଟି ଯଦି ଆମ ପାଖରେ ରହିବ ତା’ହେଲେ ଆମେ ଶତ୍ରୁମାନଙ୍କର ଦୁର୍ବଳତା ସଂପର୍କରେ ଜାଣିପାରିବା । ଦୀପ୍ତାକ୍ଷଙ୍କ ମନ୍ତବ୍ୟ ଶୁଣି ସାରିବା ପରେ ଅରିମର୍ଦ୍ଧନ ‘ବକ୍ରନାସା’ ଙ୍କ ମନ୍ତବ୍ୟ ଶୁଣିବାକୁ ଚାହିଁଲେ । ‘ବକ୍ରନାସା’ଙ୍କୁ ସମସ୍ତ ଘଟଣା କହିସାରିବାପରେ ମହାରାଜା ଅରିମର୍ଦ୍ଧନ କହିଲେ, ‘ଆମକୁ ବର୍ତ୍ତମାନ କ’ଣ କରିବାକୁ ହେବ କୁହନ୍ତୁ । ବକ୍ରନାସା କହିଲେ, ସେହି କୁଆଟିକୁ ମାରିବା ଉଚିତ୍ ହେବ ନାହିଁ । ଚୋର ଏବଂ ରାକ୍ଷସ ମଧ୍ୟରେ କଳହ ଲାଗିବାରୁ ବାଛୁରୀ ସହିତ ବ୍ରାହ୍ମଣ ରକ୍ଷା ପାଇଗଲେ । କଥାରେ କୁହାଯାଇଛି ଦୁଇଜଣଙ୍କର କଳହରେ ତୃତୀୟ ଜଣଙ୍କର ଲାଭ ହୋଇଥାଏ । ଅରିମର୍ଦ୍ଧନ କହିଲେ, ‘ସେ କଥାଟି କ’ଣ’? ବକ୍ରନାସା କହିଲେ, ତାହାହେଲେ ଆପଣ ସେ ସଂପର୍କରେ ଏହି କାହାଣୀଟି ଶୁଣନ୍ତୁ ।

ପଞ୍ଚତନ୍ତ୍ର କାହାଣୀ Part-1

ପଞ୍ଚତନ୍ତ୍ର କାହାଣୀ Part-3

କ୍ରମଶଃ…………………………………..

I’m excited to invite you to join my exclusive WhatsApp channel, where we dive deep into the secrets of Health, Wealth, and Happiness!  

Er. Satyajit Rout, a seasoned web developer, global Enagic influencer, and health coach. With a passion for health and wellness, Satyajit combines his technical expertise with his deep knowledge of holistic living to bring you engaging and informative content. As a global influencer, he has inspired countless individuals to embrace a healthier and more fulfilling lifestyle. Through GlowWell Journal, Satyajit aims to continue his mission of spreading awareness and helping others achieve their wellness goals.

Sharing Is Caring:

2 thoughts on “ପଞ୍ଚତନ୍ତ୍ର କାହାଣୀ Part-2”

Leave a Comment